ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ନରେନ୍ଦ୍ର ମୋଦୀ ତାଙ୍କର ଘନିଷ୍ଠ ବନ୍ଧୁ ଏବଂ ଭାରତ-ଆମେରିକା ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ନିଶ୍ଚିତ ଭାବେ ସମ୍ପନ୍ନ ହେବ।

 ୱାଶିଂଟନ: ଭାରତ ଏବଂ ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟ ଆଲୋଚନାକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଶାବାଦୀ ମନୋଭାବ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଭାରତ ସହ ଏକ ବ୍ୟାପକ ବାଣିଜ୍ୟ ଚୁକ୍ତି ନିଶ୍ଚିତ ଭାବେ ସମ୍ପନ୍ନ ହେବ । 

ଗଣମାଧ୍ୟମ ସହ ଆଲୋଚନା ବେଳେ ଟ୍ରମ୍ପ କହିଥିଲେ, “ଆମେ ନିଶ୍ଚିତ ଭାବେ ଏକ ଚୁକ୍ତିରେ ପହଞ୍ଚିବୁ । ମୁଁ ଆପଣଙ୍କ ପ୍ରଧାନମନ୍ତ୍ରୀଙ୍କୁ ବହୁତ ପସନ୍ଦ କରେ । ସେ ମୋର ଭଲ ବନ୍ଧୁ । ଆମ ଦୁହେଁଙ୍କ ମଧ୍ୟରେ ଭଲ ବୁଝାମଣା ରହିଛି ଏବଂ ଆମେ ଏକ ଚୁକ୍ତି କରିବାକୁ ଯାଉଛୁ ।”

ଟ୍ରମ୍ପଙ୍କ ଏହି ମନ୍ତବ୍ୟ ଏମିତି ଏକ ସମୟରେ ଆସିଛି, ଯେତେବେଳେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ଶୁଳ୍କ ଓ ବଜାର ପ୍ରବେଶ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଚାଲିଛି । ବିଶେଷଜ୍ଞମାନଙ୍କ ମତରେ, ସମ୍ଭାବ୍ୟ ଚୁକ୍ତି ଦୁଇ ଦେଶର ଅର୍ଥନୀତି ଓ ବ୍ୟବସାୟିକ ସମ୍ପର୍କକୁ ଆହୁରି ମଜବୁତ କରିପାରେ ।

ଭାରତ-ଆମେରିକା ସମ୍ପର୍କ ଗତ କିଛି ବର୍ଷ ଧରି ରଣନୀତିକ, ଆର୍ଥିକ ଓ ପ୍ରଯୁକ୍ତିଗତ କ୍ଷେତ୍ରରେ ନୂଆ ଉଚ୍ଚତାକୁ ପହଞ୍ଚିଥିବା ବେଳେ ଟ୍ରମ୍ପଙ୍କ ଏହି ବୟାନ ଦ୍ୱିପାକ୍ଷିକ ସହଯୋଗକୁ ନେଇ ସକାରାତ୍ମକ ସଙ୍କେତ ବୋଲି ଦେଖାଯାଉଛି ।

Share This Article 0 shares

Continue Reading

View All ଦୁନିଆ →