ଭୁବନେଶ୍ୱର: ଭୂ-ରାଜନୈତିକ ଅସ୍ଥିରତା ଯୋଗୁଁ ବିଶ୍ୱ ବଜାରରେ ଅଶୁଦ୍ଧ ତୈଳ ଓ ପ୍ରାକୃତିକ ଗ୍ୟାସ ଦର ବୃଦ୍ଧି ପାଇଥିଲା । ବର୍ତ୍ତମାନ ମଧ୍ୟ ଆନ୍ତର୍ଜାତିକ ଇନ୍ଧନ ବଜାରରେ ଚାପ ଜାରି ରହିଥିବାରୁ ଘରୋଇ LPG ଦରରେ ଏହି ନୂଆ ଦର ବୃଦ୍ଧି କରାଯାଇଛି । ଦେଶରେ ଘରୋଇ LPG ଗ୍ୟାସ ସିଲିଣ୍ଡର ଦର ପୁଣିଥରେ ବୃଦ୍ଧି ପାଇଛି । ତୈଳ ବିପଣନ କମ୍ପାନୀମାନେ ୧୪.୨ କିଲୋଗ୍ରାମ ଘରୋଇ LPG ସିଲିଣ୍ଡର ଉପରେ ₹୨୯ ବୃଦ୍ଧି ଘୋଷଣା କରିଛନ୍ତି । ଏହି ନୂଆ ଦର ଘୋଷଣା ସହିତ ଏକସଙ୍ଗେ କାର୍ଯ୍ୟକାରୀ ହୋଇଛି ଏବଂ ଏହାର ପ୍ରଭାବ କୋଟି କୋଟି ଗ୍ରାହକଙ୍କ ମାସିକ ଘରୋଇ ବଜେଟ ଉପରେ ପଡ଼ିବ ବୋଲି ଅନୁମାନ କରାଯାଉଛି ।
ଏହା ପୂର୍ବରୁ ଗତ ମାର୍ଚ୍ଚ ୭ ତାରିଖରେ ସରକାର ଏବଂ ତୈଳ କମ୍ପାନୀମାନେ ପ୍ରତି ସିଲିଣ୍ଡର ଦରରେ ₹୬୦ ବୃଦ୍ଧି କରିଥିଲେ । ସେତେବେଳେ ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଏବଂ
ବିଶେଷଜ୍ଞମାନଙ୍କ ମତରେ, ଭାରତ ନିଜର LPG ଚାହିଦାର ବଡ଼ ଅଂଶ ଆମଦାନୀ ମାଧ୍ୟମରେ ପୂରଣ କରୁଥିବାରୁ ବିଶ୍ୱ ବଜାରରେ ଦର ବୃଦ୍ଧିର ସିଧାସଳଖ ପ୍ରଭାବ ଦେଶୀୟ ମୂଲ୍ୟ ଉପରେ ପଡ଼ୁଛି । ଫଳରେ ଘରୋଇ ଉପଭୋକ୍ତାଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ବଢ଼ିବ ବୋଲି ମତ ପ୍ରକାଶ କରିଛନ୍ତି ।
ଏହି ଦର ବୃଦ୍ଧି ମଧ୍ୟବିତ୍ତ ଏବଂ ନିମ୍ନ ଆୟ ବର୍ଗର ପରିବାରମାନଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି । ଖାଦ୍ୟ ସାମଗ୍ରୀ, ପରିବହନ ଓ ଦୈନନ୍ଦିନ ଆବଶ୍ୟକ ସାମଗ୍ରୀର ଦର ବୃଦ୍ଧି ମଧ୍ୟରେ LPG ମୂଲ୍ୟ ବୃଦ୍ଧି ମହଙ୍ଗା ଚାପକୁ ଆହୁରି ବଢ଼ାଇବ ବୋଲି ଆଶଙ୍କା କରାଯାଉଛି । ହର୍ମୁଜ ପ୍ରଣାଳୀ ଅବରୋଧ ଏବଂ ଯୁଦ୍ଧର ଏପରି ସ୍ଥିତି ମଧ୍ୟରେ ଭାରତ ସରକାର ସର୍ବସାଧାରଣଙ୍କ ସୁବିଧାକୁ ଆଖିରେ ରଖି ସ୍ୱଳ୍ପ ଦର ବୃଦ୍ଧି କରିଛନ୍ତି ।