ନିର୍ବାଚନକୁ ଭୟ ନା ଗଣତାନ୍ତ୍ରିକ ଆନ୍ଦୋଳନ? ‘ରିଜିମ୍ ଚେଞ୍ଜ୍’ ବିବାଦକୁ ନେଇ ରାଜନୀତି ତୀବ୍ର

‌‌‌‌‌‌‌‌‌‌ସମନ୍ୱୟ ନନ୍ଦ

ପ୍ରଶାନ୍ତ ଭୂଷଣଙ୍କୁ  ରିଜିମ୍ ଚେଞ୍ଜ୍  କାହିଁକି ଦରକାର? ଯୋଗେନ୍ଦ୍ର ଯାଦବ    ସଂସଦ ପରିବର୍ତ୍ତେ ରାସ୍ତାରେ ନିଷ୍ପତ୍ତି ନେବାକୁ କାହିଁକି ଚାହାଁନ୍ତି? ନେହା ବୋରା ଭାରତକୁ ବାଂଲାଦେଶରେ ପରିଣତ କରିଦେବାକୁ କାହିଁକି ଚାହାଁନ୍ତି?  ସେମାନେ ନିଜ  ହାତରେ ସମ୍ବିଧାନର ପୁସ୍ତକ ଧରିଥିବା ଲୋକଙ୍କୁ ଦେଖାଉଛନ୍ତି  , କିନ୍ତୁ  ବାସ୍ତବିକତା ହେଲା ଯେ ସେମାନେ ଭାରତର  ଗଣତନ୍ତ୍ରକୁ ହିଁ ଧ୍ୱଂସ କରିଦେବାକୁ ଚାହୁଁଛନ୍ତି।  ତେବେ ଏହାର କାରଣ କ’ଣ? ସେମାନଙ୍କର ନିର୍ବାଚନୀ ପ୍ରକ୍ରିୟା ଉପରେ ବିଶ୍ୱାସ ନାହିଁ  ନା ଏହା ପଛରେ ଆଉ କୌଣସି  ରହସ୍ୟ ରହିଛି? ଆସନ୍ତୁ, ଏହାର ଟିକିଏ ବିଶ୍ଳେଷଣ କରିବା। 

ଆନ୍ଦୋଳନଜୀବୀ ଭାବେ କୁଖ୍ୟାତ ଯୋଗେନ୍ଦ୍ର ଯାଦବ ୨୦୧୪ ମସିହାରେ ଗୁରୁଗ୍ରାମ ଲୋକସଭା ଆସନରୁ ନିର୍ବାଚନ ଲଢ଼ିଥିଲେ । ଲୋକ ମାନଙ୍କର ବିପୁଳ ସମର୍ଥନ ଥିବା ଦାବି କରୁଥିବା ଏହି ମହୋଦୟ ଏହି ନିର୍ବାଚନରେ  ତାଙ୍କ ଅମାନତ ରାଶି ମଧ୍ୟ ହରାଇଥିଲେ । ଏହି କ୍ରମରେ ଦିବଂଗତ ଆନ୍ଦୋଳନଜୀବୀ ସ୍ୱାମୀ ଅଗ୍ନିବେଶଙ୍କ ନାମ ମଧ୍ୟ ଆସିଥାଏ । ସେ ୧୯୮୪ ମସିହାରେ ଛତିଶଗଡ଼ର ରାଜନନ୍ଦଗାଓଁ ଲୋକସଭା ଆସନରୁ ନିର୍ବାଚନ ଲଢ଼ିଥିଲେ, କିନ୍ତୁ ସେ ମଧ୍ୟ ତାଙ୍କର  ଅମାନତ ରାଶି ରକ୍ଷା କରି ପାରି ନ ଥିଲେ ।

ଏବେ ଆଉ ଜଣେ ମେଧା ପାଟକରଙ୍କ ବିଷୟରେ ଆଲୋଚନା କରିବା ।  ମେଧା ପାଟକରଙ୍କୁ ନର୍ମଦା ବଞ୍ଚାଅ ଆନ୍ଦୋଳନର ସବୁଠାରୁ ବଡ଼ ନେତା  ଭାବେ ବିବେଚନା କରାଯାଏ। ମେଧା ପାଟକର ମଧ୍ୟ ୨୦୧୪ ମସିହାରେ ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀ ଭାବେ ମୁମ୍ବାଇ ଉତ୍ତର-ପୂର୍ବ ଲୋକସଭା ଆସନରୁ ନିର୍ବାଚନ ଲଢ଼ିଥିଲେ ଏବଂ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଥିଲେ।

ଆସନ୍ତୁ, ଟିକିଏ ‘ହଜାର ଚୌରାଶି କି ମା’ ଉପନ୍ୟାସର ସମୟକୁ ମଧ୍ୟ ଫେରିଯିବା। ମାଓବାଦର ପ୍ରତିଷ୍ଠାତାମାନଙ୍କ ମଧ୍ୟରୁ ଦୁଇଜଣ ଚାରୁ ମଜୁମଦାର ଓ ଜଙ୍ଗଲ ସାନ୍ଥାଲ ଉଭୟ ନିର୍ବାଚନ ଲଢ଼ିଥିଲେ, କିନ୍ତୁ ସେମାନଙ୍କର ମଧ୍ୟ ଅମାନତ ରାଶି ଜବତ ହୋଇଥିଲା।

ନିଜର ଜନସମର୍ଥନର ବାସ୍ତବିକ ସ୍ଥିତିକୁ ନିର୍ବାଚନ ଫଳାଫଳରୁ ହିଁ ଅନୁଭବ କରିବା ପରେ ସମ୍ଭବତଃ ସେମାନେ ବୁଝିପାରିଥିଲେ ଲୋକ ମାନଙ୍କର ସମର୍ଥନ ପାଇଁ କ୍ଷମତା ହାସଲ କରିବା ତାଙ୍କ ପାଇଁ ଆଦୌ ସମ୍ଭବ ନୁହେଁ । ତେଣୁ ସେମାନେ ସ୍ଥିର କରିଥିଲେ  ଯେ ତାଙ୍କ ପାଇଁ କ୍ଷମତା ହାସଲ କରିବାର ରାସ୍ତା ବନ୍ଧୁକର ନଳୀ ଦେଇ ହିଁ ଯାଉଛି। 

ନିର୍ବାଚନ ଫଳାଫଳରୁ ହିଁ ସମ୍ଭବତଃ ଯୋଗେନ୍ଦ୍ର ଯାଦବଙ୍କର ମଧ୍ୟ ଚେତନା ଉଦୟ ହୋଇଥିଲା ଯେ, ତାଙ୍କ ପାଇଁ ଯଦି କିଛି ସମ୍ଭବ ହୋଇପାରିବ, ତେବେ ତାହା ରାସ୍ତାର ଆନ୍ଦୋଳନ ମାଧ୍ୟମରେ ହିଁ ସମ୍ଭବ; ସଂସଦରେ ପହଞ୍ଚିବା ତାଙ୍କ ପାଇଁ କେବଳ ଏକ ସ୍ୱପ୍ନ ହୋଇ ରହିଯିବ।

ଭାରତର ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକୁ ଧ୍ୱଂସ କରିବାକୁ ଚାହୁଁଥିବା ଏବଂ ଦେଶକୁ ନେପାଳ କିମ୍ବା ବାଂଲାଦେଶ ଭଳି ଅରାଜକତା ମଧ୍ୟକୁ ଠେଲିଦେବାକୁ ଚାହୁଁଥିବା ଲୋକଙ୍କ ଉଦ୍ଦେଶ୍ୟକୁ ସେମାନଙ୍କର ପ୍ରକୃତ ଜନସମର୍ଥନର ଆଧାରରେ ହିଁ ବୁଝିହେବ। ଏହି ଅରାଜକତାବାଦୀ ଶକ୍ତି ମାନଙ୍କୁ  ମଧ୍ୟ ସେହି ରାଜନୈତିକ ଶକ୍ତିଗୁଡ଼ିକ ଖୋଲାଖୋଲି ସମର୍ଥନ କରୁଥିବା ଦେଖିବାକୁ ମିଳୁଛି  ଯେଉଁମାନଙ୍କୁ ଲାଗୁଛି ଯେ କ୍ଷମତା ହାସଲ କରିବା  ଅତ୍ୟନ୍ତ କଷ୍ଟକର ।

 

 

Share This Article 1 shares

Continue Reading

View All ଅତିଥି ସ୍ତମ୍ଭ →