ଭୋଟର ତାଲିକା ପରିବର୍ତ୍ତନକୁ ନେଇ ସୁପ୍ରିମକୋର୍ଟ କଠୋର

ଭାରତର ଭୋଟର ତାଲିକାର Special Intensive Revision (SIR)କୁ ନେଇ ବିବାଦ ତୀବ୍ର ହୋଇଛି। ୫ ଅକ୍ଟୋବର ୨୦୨୬ରେ ସୁପ୍ରିମକୋର୍ଟ Form 6ରେ ହୋଇଥିବା କଥିତ ପରିବର୍ତ୍ତନ ଏବଂ ନିର୍ବାଚନ ଆୟୋଗର ନିଷ୍ପତ୍ତି ପ୍ରକ୍ରିୟା ସମ୍ପର୍କରେ କେନ୍ଦ୍ର, ECI ଓ ନିର୍ବାଚନ ଆୟୁକ୍ତମାନଙ୍କଠାରୁ ଜବାବ ମାଗିଛନ୍ତି। ଏହା ସହିତ ଦେଶର ବିଭିନ୍ନ ସ୍ଥାନରେ ଭୋଟର ତାଲିକାକୁ ନେଇ ପ୍ରତିବାଦ ମଧ୍ୟ ଜାରି ରହିଛି।

ନୂଆଦିଲ୍ଲୀ, ୬ ଅକ୍ଟୋବର; ଭାରତର ନିର୍ବାଚନ ପ୍ରକ୍ରିୟାକୁ ନେଇ ଚାଲିଥିବା Special Intensive Revision (SIR) ବିବାଦ ଏବେ ସୁପ୍ରିମକୋର୍ଟରେ ଗୁରୁତର ଆଇନଗତ ପର୍ଯ୍ୟାୟରେ ପହଞ୍ଚିଛି। ୫ ଅକ୍ଟୋବର ୨୦୨୬ରେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ତିନିଜଣିଆ ଖଣ୍ଡପୀଠ ଭୋଟର ପଞ୍ଜୀକରଣ ପାଇଁ ବ୍ୟବହୃତ Form 6ରେ ହୋଇଥିବା କଥିତ ପରିବର୍ତ୍ତନ ଓ ନିର୍ବାଚନ ଆୟୋଗର ନିଷ୍ପତ୍ତି ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି। 

ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ Form 6ର କୌଣସି modified versionକୁ କୋର୍ଟ ଅନୁମୋଦନ କରିନାହାନ୍ତି। CJI ସୂର୍ଯ୍ୟକାନ୍ତ ନିର୍ବାଚନ ଆୟୋଗର ରେକର୍ଡ ଦେଖି ଏହି ଫର୍ମରେ କିଏ ପରିବର୍ତ୍ତନ କରିଥିଲେ ତାହା ଜାଣିବାକୁ ଚାହିଁଛନ୍ତି। ଏହା ସହିତ, ସୁପ୍ରିମକୋର୍ଟ ତତ୍କାଳ CEC ଜ୍ଞାନେଶ କୁମାରଙ୍କୁ ନିଲମ୍ବନ କରିବାକୁ ଅନ୍ତରୀଣ ଆଦେଶ ଦେଇନାହାନ୍ତି। ବରଂ ପ୍ରଥମେ ସମ୍ପୃକ୍ତ ପକ୍ଷଙ୍କ ଜବାବ ଓ ଅଧିକାରିକ ରେକର୍ଡ ଦେଖିବାକୁ କହିଛନ୍ତି। 

SIR ପ୍ରସଙ୍ଗର ପୃଷ୍ଠଭୂମିରେ ୨୦୨୬ ମେ’ରେ ସୁପ୍ରିମକୋର୍ଟ ବିହାରର SIRକୁ ଆଇନସମ୍ମତ ବୋଲି ମାନିଥିଲେ। କୋର୍ଟ କହିଥିଲେ ଯେ ନିର୍ବାଚନ ଆୟୋଗ ଭୋଟର ତାଲିକାର ସଠିକତା ପାଇଁ ଆଇନ ଅନୁଯାୟୀ ଯାଞ୍ଚ କରିପାରିବ। ତଥାପି ପ୍ରକ୍ରିୟାରେ ନୋଟିସ୍, ଶୁଣାଣି ଓ ଅପିଲ୍ ଭଳି ସୁରକ୍ଷା ବ୍ୟବସ୍ଥା ରହିବା ଆବଶ୍ୟକ। ନିର୍ବାଚନ ଆୟୋଗର ମତରେ ଭୋଟର ତାଲିକାରୁ ମୃତ, ସ୍ଥାନାନ୍ତରିତ, ଡୁପ୍ଲିକେଟ୍ କିମ୍ବା ଅଯୋଗ୍ୟ ଏଣ୍ଟ୍ରି ହଟାଇବା ଏକ ନିୟମିତ ନିର୍ବାଚନୀ ପ୍ରକ୍ରିୟା। ୨୦୨୫ର ବିହାର SIR ସମୟରେ ପ୍ରାୟ ୬୫ ଲକ୍ଷ ନାମ ଡ୍ରାଫ୍ଟ ତାଲିକାରୁ ବାଦ ପଡ଼ିଥିଲା ଏବଂ ଯାଞ୍ଚ ଓ ଦାବି-ଆପତ୍ତି ପରେ ଅନ୍ତିମ ତାଲିକାରେ ପ୍ରାୟ ୭.୪୨ କୋଟି ଭୋଟର ରହିଥିଲେ। 

ଅନ୍ୟପଟେ ବିରୋଧୀ ଦଳ ଓ ପ୍ରତିବାଦକାରୀମାନେ ଅଭିଯୋଗ କରୁଛନ୍ତି ଯେ ଏପରି ପୁନଃଯାଞ୍ଚ ପ୍ରକ୍ରିୟାରେ ଯୋଗ୍ୟ ଭୋଟରମାନେ ମଧ୍ୟ ବାଦ ପଡ଼ିବାର ଆଶଙ୍କା ରହିଛି। ଅକ୍ଟୋବର ୨ରୁ ୪ ମଧ୍ୟରେ ଦିଲ୍ଲୀ ଓ ମୁମ୍ବାଇରେ ଭୋଟର ତାଲିକା ପ୍ରସଙ୍ଗରେ ପ୍ରତିବାଦ ହୋଇଥିବା ରିପୋର୍ଟ ହୋଇଛି। 

 

Share This Article 1 shares

Continue Reading

View All ଦେଶ →