୧୫ ଜଣ ନର୍ସିଂ ପ୍ରଫେସନାଲଙ୍କୁ ‘ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ୍’ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ୧୫ ଜଣ ନର୍ସିଂ ପ୍ରଫେସନାଲଙ୍କୁ ବର୍ଷ ୨୦୨୬ ପାଇଁ ‘ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ୍’ ପୁରସ୍କାର ପ୍ରଦାନ କରିଛନ୍ତି । ନର୍ସିଂ କ୍ଷେତ୍ରରେ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଏହି ସମ୍ମାନଜନକ ପୁରସ୍କାର ଦିଆଯାଇଛି ।

 କେନ୍ଦ୍ର ଓ ରାଜ୍ୟ ସରକାର, କେନ୍ଦ୍ରଶାସିତ ଅଞ୍ଚଳ ଏବଂ ସ୍ୱେଚ୍ଛାସେବୀ ସଂଗଠନରେ କାର୍ଯ୍ୟରତ ପଞ୍ଜୀକୃତ ନର୍ସ, ମିଡୱାଇଫ୍, ଅକ୍ସିଲିାରୀ ନର୍ସ ମିଡୱାଇଫ୍ (ANM) ଏବଂ ଲେଡି ହେଲଥ୍ ଭିଜିଟରମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

 ପ୍ରତ୍ୟେକ ପୁରସ୍କାର ବିଜେତାଙ୍କୁ ଏକ ପ୍ରଶଂସା ପତ୍ର, ଏକ ଲକ୍ଷ ଟଙ୍କାର ନଗଦ ପୁରସ୍କାର ଏବଂ ଏକ ପଦକ ପ୍ରଦାନ କରାଯାଇଛି ।

 ରାଷ୍ଟ୍ରପତି କହିଛନ୍ତି ଯେ, ନର୍ସିଂ କର୍ମଚାରୀମାନେ ସେବାର ସର୍ବୋଚ୍ଚ ମାନଦଣ୍ଡ ପ୍ରଦର୍ଶନ କରନ୍ତି ଏବଂ ଅତି କଷ୍ଟକର ସମୟରେ ମଧ୍ୟ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇବାରେ ସେମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ।

ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା, ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ପ୍ରତାପରାଓ ଯାଦବ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ସମାଜ ପ୍ରତି ନର୍ସମାନଙ୍କ ମେଧାବୀ ସେବାକୁ ସ୍ୱୀକୃତି ଦେବା ପାଇଁ ୧୯୭୩ ମସିହାରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଏହି ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ୍ ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା

Share This Article 0 shares

Continue Reading

View All ଦେଶ →