ଟ୍ରମ୍ପ-ଜିନପିଙ୍ଗ ସାକ୍ଷାତ: ଟାରିଫ୍‌ରୁ ରେୟାର ଆର୍ଥ

ଆମେରିକା-ଚୀନ୍ ସମ୍ପର୍କରେ ନୂଆ ଅଧ୍ୟାୟର ସଙ୍କେତ ଦେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜଏଣ୍ଟ ବେସ୍ ଆଣ୍ଡ୍ରୁଜ୍‌ରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ବ୍ୟକ୍ତିଗତ ଭାବେ ସ୍ୱାଗତ କରିବେ। ତିନିଦିନିଆ ରାଜକୀୟ ଗସ୍ତରେ ବାଣିଜ୍ୟ, ଟାରିଫ୍, ରେୟାର ଆର୍ଥ, AI ଓ ପ୍ରଯୁକ୍ତି ନିୟନ୍ତ୍ରଣ ପ୍ରମୁଖ ପ୍ରସଙ୍ଗ ରହିବ। ଏହି ସମୀକରଣ ଭାରତ ପାଇଁ ମଧ୍ୟ ଗୁରୁତ୍ୱ ରଖୁଛି।

ୱାଶିଂଟନ, ୨୩ ସେପ୍ଟେମ୍ବର; ଆମେରିକା-ଚୀନ୍ ସମ୍ପର୍କରେ ଚଳିତ ସପ୍ତାହରେ ଏକ ବଡ଼ କୂଟନୈତିକ ଘଟଣା ଦେଖିବାକୁ ମିଳୁଛି। ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ନିଜେ ଜଏଣ୍ଟ ବେସ୍ ଆଣ୍ଡ୍ରୁଜ୍‌ରେ ସ୍ୱାଗତ କରିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ହ୍ୱାଇଟ୍ ହାଉସ୍‌ର ସୂଚନା ଅନୁସାରେ, ସେପ୍ଟେମ୍ବର ୨୩ରେ ଟ୍ରମ୍ପ ଜିନପିଙ୍ଗ ଓ ତାଙ୍କ ପତ୍ନୀ ପେଙ୍ଗ ଲିୟୁଆନଙ୍କୁ ଆଣ୍ଡ୍ରୁଜ୍‌ରେ ସ୍ୱାଗତ କରିବେ। ପରଦିନ, ସେପ୍ଟେମ୍ବର ୨୪ରେ ହ୍ୱାଇଟ୍ ହାଉସ୍‌ରେ ଔପଚାରିକ State Arrival Ceremony ହେବ। 

ଏହି ସ୍ୱାଗତ ସମାରୋହରେ ୪୭୯ ଜଣ ସାମରିକ କର୍ମଚାରୀ ଅଂଶଗ୍ରହଣ କରିବେ ବୋଲି ହ୍ୱାଇଟ୍ ହାଉସ୍ କହିଛି। ଏଥିରେ ସାମରିକ ସମ୍ମାନ, ରାଷ୍ଟ୍ରପତିଙ୍କ ସାଲ୍ୟୁଟ୍, ରୋଜ୍ ଗାର୍ଡେନ୍‌ରେ Military Review ଏବଂ B-2 Spirit ସହିତ ଚାରିଟି F-22 Raptorର ଫ୍ଲାଇଓଭର ମଧ୍ୟ ରହିବ। ତିନିଦିନିଆ ରାଜକୀୟ ଗସ୍ତର ଏହା ଏକ ପ୍ରମୁଖ ଅଂଶ। 

ଏହି ଘଟଣାର ରାଜନୈତିକ ଓ କୂଟନୈତିକ ଗୁରୁତ୍ୱ ମଧ୍ୟ ରହିଛି। ବିଶେଷକରି ଟ୍ରମ୍ପଙ୍କ ପ୍ରଥମ ଟର୍ମରୁ ଆମେରିକା-ଚୀନ୍ ସମ୍ପର୍କରେ ଟାରିଫ୍ ଓ ବାଣିଜ୍ୟିକ ବିବାଦ ପ୍ରମୁଖ ବିଷୟ ରହିଆସିଛି। ୨୦୨୫ରେ ଦୁଇ ଦେଶ ମଧ୍ୟରେ ହୋଇଥିବା ବାଣିଜ୍ୟିକ ବୁଝାମଣାରେ ରେୟାର ଆର୍ଥ, କୃଷି ଉତ୍ପାଦ, ସେମିକଣ୍ଡକ୍ଟର ଓ ଅନ୍ୟାନ୍ୟ ବାଣିଜ୍ୟିକ ପ୍ରତିବନ୍ଧକ ସମ୍ପର୍କିତ ବିଷୟ ରହିଥିଲା। ହ୍ୱାଇଟ୍ ହାଉସ୍‌ର ୨୦୨୫ ତଥ୍ୟପତ୍ର ଅନୁସାରେ, ଚୀନ୍ ଆମେରିକୀୟ କୃଷି ଉତ୍ପାଦ କ୍ରୟ ଓ ରେୟାର ଆର୍ଥ ରପ୍ତାନି ନିୟନ୍ତ୍ରଣ ନେଇ କିଛି ପଦକ୍ଷେପ ନେବାକୁ ସହମତ ହୋଇଥିଲା। 

ଏବେ ଜିନପିଙ୍ଗଙ୍କ ଆମେରିକା ଗସ୍ତ ସମୟରେ ଟାରିଫ୍ ହ୍ରାସ, ବାଣିଜ୍ୟିକ ସ୍ଥିରତା, ରେୟାର ଆର୍ଥ ଓ Critical Minerals ପୁଣି ଆଲୋଚନାର କେନ୍ଦ୍ରରେ ରହିପାରେ। ଏହା ସହିତ Artificial Intelligence, semiconductor export controls ଓ ପ୍ରଯୁକ୍ତି ସୀମାବଦ୍ଧତା ମଧ୍ୟ ଆଲୋଚନାର ଅଂଶ ହେବାର ସମ୍ଭାବନା ରହିଛି। ସମ୍ପ୍ରତି ଦୁଇ ଦେଶ AI ନେଇ ଏକ ଔପଚାରିକ dialogue ଆରମ୍ଭ କରିଥିବା ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି। 

ରେୟାର ଆର୍ଥ ଏହି ଆଲୋଚନାର ସବୁଠାରୁ ରଣନୈତିକ ପ୍ରସଙ୍ଗଗୁଡ଼ିକ ମଧ୍ୟରୁ ଗୋଟିଏ। ଇଲେକ୍ଟ୍ରୋନିକ୍ସ, ଇଭି, ନବୀକରଣଶୀଳ ଶକ୍ତି ଓ ପ୍ରତିରକ୍ଷା ଶିଳ୍ପରେ ଏହାର ବ୍ୟବହାର ଥିବାରୁ ଯୋଗାଣ ଶୃଙ୍ଖଳା ନେଇ ଆମେରିକାର ଚିନ୍ତା ରହିଛି। ରଏଟର୍ସର ସମ୍ପ୍ରତି ବିଶ୍ଳେଷଣ ଅନୁସାରେ, ବିଶ୍ୱ ରେୟାର ଆର୍ଥ ମାଇନିଂରେ ଚୀନ୍‌ର ଅଂଶ ପ୍ରାୟ ୭୦% ଏବଂ refining/processingରେ ଏହାର ଅଂଶ ୮୫%ରୁ ଅଧିକ ବୋଲି ଆକଳନ କରାଯାଏ। 

ଏହି ପରିବର୍ତ୍ତିତ ଆମେରିକା-ଚୀନ୍ ସମୀକରଣରେ ଭାରତ ପାଇଁ ମଧ୍ୟ ଆର୍ଥିକ ଓ ରଣନୈତିକ ପ୍ରଭାବ ରହିପାରେ। ଚୀନ୍‌ଠାରୁ ଉତ୍ପାଦନ ଓ ସପ୍ଲାଏ ଚେନ୍ ବିବିଧୀକରଣ ପ୍ରକ୍ରିୟାରେ ଭାରତ ଏକ ବିକଳ୍ପ ଉତ୍ପାଦନ କେନ୍ଦ୍ର ଭାବେ ଆମେରିକୀୟ ଓ ବିଶ୍ୱ କମ୍ପାନୀଙ୍କ ନଜରରେ ଆସିଛି। ଏହି ପ୍ରସଙ୍ଗରେ ୨୦୨୬ ମେ’ରେ ଭାରତ ଓ ଆମେରିକା critical minerals supply chain ସୁରକ୍ଷିତ କରିବା ପାଇଁ ଏକ framework ଉପରେ ସହମତ ହୋଇଥିଲେ। 

 

Share This Article 1 shares

Continue Reading

View All ଦୁନିଆ →